Categories: ଖେଳ

୫ ଲକ୍ଷ ରନ୍‌ ପୂରଣ କଲା ଇଂଲଣ୍ଡ

ଜୋହାନ୍ସବର୍ଗ,୨୫।୧- ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଇତିହାସର ପ୍ରଥମ ଦଳ ଭାବେ ଇଂଲଣ୍ଡ ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ୍‌ ପୂରଣ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଏହି ରେକର୍ଡର ଅଧିକାରୀ ହୋଇଛି। ଦଳ ତା’ର ୧୦୨୨ତମ ମ୍ୟାଚ୍‌ରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛି। ଏହି ତାଲିକାରେ ୮୩୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଅଷ୍ଟ୍ରେଲିଆ ୪,୩୨,୭୦୬ ରନ୍‌ ସହ ଦ୍ୱିତୀୟ ସ୍ଥାନରେ ଅଛି। ଭାରତ ମାତ୍ର ୫୪୦ ଟେଷ୍ଟ ଖେଳି ୨ ଲକ୍ଷ ୭୩ ହଜାର ୫୧୮ ରନ୍‌ କରିଛି। ଏହା ପଛକୁ ରହିଛି ଓ୍ବେଷ୍ଟଇଣ୍ଡିଜ (୫୪୫ ଟେଷ୍ଟରେ ୨,୭୦,୪୪୧ ରନ୍‌)। ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ମଧ୍ୟ ଇଂଲଣ୍ଡ ପାଇଁ ମାଇଲଷ୍ଟୋନ ସାବ୍ୟସ୍ତ ହୋଇଥିଲା। ତାହା ଥିଲା ଇଂଲଣ୍ଡ ପାଇଁ ଦେଶ ବାହାରେ ୫୦୦ତମ ଟେଷ୍ଟ। ଏହି ତାଲିକାରେ ଅଷ୍ଟ୍ରେଲିଆ (୪୦୪ ଟେଷ୍ଟ) ଓ ଭାରତ (୨୬୮ ଟେଷ୍ଟ ଖେଳି ୫୧ ବିଜୟ, ୧୧୩ ପରାଜୟ) ରହିଛନ୍ତି।

Share