ଚେନ୍ନାଇ,୧୧।୪: ତାମିଲନାଡୁର ଆମ୍ମା କ୍ୟାଣ୍ଟିନ ଦେଶ ବିଦେଶରେ ବେଶ୍ ପରିଚିତ। ଦୌନିକ ଏହି କ୍ୟାଣ୍ଟିନ ପାଖାପାଖି ୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା। ହେଲେ କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବାରୁ ସବୁ ଛୋଟ ବଡ ହୋଟେଲକୁ ବନ୍ଦ କରି ଦିଆଯାଇଛି। ହେଲେ ଆମ୍ମା କ୍ୟାଣ୍ଟିନ ଏବେ ବି ତା’ର ସେବା ଯୋଗାଇ ଚାଲିଛି। ପୂର୍ବରୁ ୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆମ୍ମା କ୍ୟାଣ୍ଟିନ ଏବେ ୧୧ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଛି ବୋଲି ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗ୍ରେଟର ଚେନ୍ନାଇ କର୍ପୋରେଶନର କମିଶନର ଜି. ପ୍ରକାଶ। ଏହି ସମୟରେ କାହାକୁ ଭୋକରେ ରହିବାକୁ ଦିଆଯିବନାହିଁ ବୋଲି କହିଛନ୍ତି କମିଶନର। ସେଥିପାଇଁ ଆମ୍ମା କ୍ୟାଣ୍ଟିନକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବା ସହ ଭୋକିଲାକୁ ଆହର ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ