Advertisement

୫ ଲକ୍ଷ ୭୦ ହଜାର ବର୍ଷ ପୁରୁଣା ହ୍ରଦର ରହସ୍ୟ ଏବେ ବି ଅଜଣା !

ମୁମ୍ବାଇ,୪।୩: ଭାରତର କେତେକ ସ୍ଥାନରେ ଏଭଳି ରହସ୍ୟ ରହିଛି ଯାହା ଏବେ ବି ବୈଜ୍ଞାନିକଙ୍କୁ ଅଜଣା। ଏପରି ଏକ ହ୍ରଦ ମହାରାଷ୍ଟ୍ରରେ ରହିଛି। ଏହାର ଉତ୍ପତ୍ତି ୫ ଲକ୍ଷ ୭୦ ହଜାର ବର୍ଷ ତଳେ ଉଲ୍‌କା ପିଣ୍ଡ ଯୋଗୁ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଛି। ଏହାର ପାର୍ଶ୍ୱରେ ଥିବା ପଥର ଚଟାଣର ପରୀକ୍ଷା ନିରୀକ୍ଷା କରାଯାଇ ଏହା ଆକଳନ କରାଯାଉଛି। ଏହି ହ୍ରଦ ରାମାୟଣ ମହାଭାରତ ଯୁଗରେ ମଧ୍ୟ ରହିଥିଲା ବୋଲି କୁହାଯାଇଛି। ୨୦୧୦ ପୂର୍ବରୁ ଏହା ୫୨ ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଥିଲା। ଏଭଳି ହ୍ରଦ ମଙ୍ଗଳ ଗ୍ରହରେ ମଧ୍ୟ ରହିଛି ବୋଲି ନାସାର ବୈଜ୍ଞାନିକ କହିଛନ୍ତି। ଏହି ହ୍ରଦ ପାଣିର ରାସାୟନିକ ଗୁଣ ମଙ୍ଗଳଗ୍ରହର ହ୍ରଦର ଗୁଣ ସହିତ ମେଳ ଖାଇବ ବୋଲି ନାସା କହିଛି। ଏହା ଆଗ୍ନେୟଗିରି ଯୋଗୁ ସୃଷ୍ଟି ହୋଇଥିବାର ଅନୁମଧ୍ୟ କରାଯାଉଥିଲା। ତେବେ ଏହାର ଗଭୀରତା ୧୫୦ ମିଟର ହୋଇଥିବାରୁ ହ୍ରଦଟି ଉଲ୍‌କା ପିଣ୍ଡ ଯୋଗୁ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ମତ ଦେଇଥିଲେ। ମାତ୍ର ଉଲ୍‌କା ପିଣ୍ଡର ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share