Categories: ଜାତୀୟ

୫ ସନ୍ତାନଙ୍କୁ ଜନ୍ମଦେଲେ ରୁକ୍ସାନା

ଜୟପୁର, ୧୩ା୧୦ : ରାଜସ୍ତାନର ସାଙ୍ଗାନେର ବାସିନ୍ଦା ରୁକ୍ସାନା(୨୫) ଶନିବାର ଜୟପୁର ହସ୍ପିଟାଲରେ ୫ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ନବଜାତ ପୁତ୍ର ସନ୍ତାନ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଲତା ରାଜୋରିୟା ପ୍ରକାଶ କରିଛନ୍ତି। ଏହି ଅଣବିକଶିତ ଶିଶୁଙ୍କ ମଧ୍ୟରେ ୨ ପୁଅ ଓ ୨ ଝିଅ ଅଛନ୍ତି। ସେମାନଙ୍କୁ ମେଡିକାଲ ଅବ୍‌ଜର୍ଭେସନରେ ରଖାଯାଇଛି। ଏହା ଏକ ବିରଳ ଘଟଣା ହୋଇଥିବାବେଳେ ମେଡିକାଲ ଇତିହାସରେ ଏଭଳି ଘଟିଥିବା ଡାକ୍ତର ପ୍ରକାଶ କରିଛନ୍ତି।

Share