୫ ହଜାରରୁ ଅଧିକ ଆସିଲାଣି ବିବାହ ପ୍ରସ୍ତାବ, ହେଲେ କାହାକୁ ବିବାହ କରିବେ ବାହୁବଳୀ ପ୍ରଭାସ

‘ବାହୁବଳୀ’ ଷ୍ଟାର ପ୍ରଭାସଙ୍କ ବିବାହକୁ ସବୁବେଳେ ଚର୍ଚ୍ଚା ହୋଇଥାଏ। ସେ କେବେ ଓ କାହାକୁ ବିବାହ କରିବେ ତାହା ଜାଣିବା ପାଇଁ ପ୍ରଶଂସକଙ୍କ ପ୍ରବଳ ଇଚ୍ଛା। ଏପର୍ଯ୍ୟନ୍ତ ବିଭିନ୍ନ ଅଭିନେତ୍ରୀଙ୍କ ତାଙ୍କ ନାଁ ଯୋଡା ସରିଲାଣି। କିନ୍ତୁ ସେ କାହାକୁ ବିବାହ କରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ନିକଟରେ ନିଜ ଆଗାମୀ ଫିଲ୍ମ ‘ସାହୋ’ ପ୍ରମୋଶନ ଅବସରରେ ପ୍ରଭାସ କହିଛନ୍ତି, ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ପସ୍ତାବ ଆସିଲାଣି, କିନ୍ତୁ ସମୟ ଆସିଲେ ଜଣଙ୍କୁ ବିବାହ କରିବେ। ପୂର୍ବରୁ ବାହୁବଳୀ ସହଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କର ନାଁ ଯୋଡ଼ାଯିବା ସହ ଉଭୟ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହାକୁ ଖଣ୍ଡନ କରି ଅନୁଷ୍କା ମୋର ଜଣେ ଭଲ ବନ୍ଧୁ ବୋଲି ପ୍ରଭାସ କହିଥିଲେ।

Share