Advertisement

୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଆଳି ଥାନା ଏଏସ୍‌ଆଇ

ଆଳି, ୨୫।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏଏସ୍‌ଆଇ ରଣେନ୍ଦ୍ର ସାମଲ ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୁକ୍ତଙ୍କୁ ସହାୟତା କରିବାକୁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। କେନ୍ଦ୍ରାପଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ଏକ ଟିମ୍‌ ଆଳି ଥାନାରେ ପହଞ୍ଚି ଏଏସ୍‌ଆଇ ସାମଲଙ୍କୁ ଟଙ୍କା ନେବା ସମୟରେ ଧରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel