୫ ହଜାର ଲାଞ୍ଚ ନେବା ବେଳେ ଦର୍ପନାରାୟଣପୁର ଫରେଷ୍ଟର, ଓ୍ବାଚ୍‌ର୍‌ ଭିଜିଲାନ୍ସ ଦ୍ୱାରା ଗିରଫ

ରଣପୁର,୨୩ ।୧୦(ସ୍ବ.ପ୍ର.)-ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ଲାଞ୍ଚ ନେଉଥିବାବେଳେ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ବୁଧବାର ଗିରଫ ହୋଇଛନ୍ତି। ଉଭୟଙ୍କ ଠାରୁ ୫ ହଜାର ଟଙ୍କା ଜବତ ହୋଇଛ। ଫରେଷ୍ଟରଙ୍କ ଘର ନୟାଗଡ ଜିଲା ଫତେଗଡ ଥାନା ଉଦୟପୁରରେ ବୋଲି ଜଣାପଡିଛି।

ପ୍ରକାଶଯୋଗ୍ୟ, ଫରେଷ୍ଟର ଆଲୋକ କୁମାର ଓ ୱାଚର ଜିତୁ ନିକଟସ୍ଥ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ କାଠ କାଟି ଆଣିବା ପାଇଁ ହେଲେ ରଣପୁର ଥାନା ଖତିଆ ଗାଁର କୁମର ମାଝିଙ୍କୁ ମାସକୁ ୫ ହଜାର ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ଜଙ୍ଗଲରୁ ଜାଳେଣି କାଠ ଆଣିବାରେ ବାଧା ସୃଷ୍ଟି କରିଥିଲେ । ଏଣୁ ଲାଞ୍ଚ ଦେବାକୁ ହଁ କରି କୁମର ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ। ବୁଧବାର ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ଉଭୟଙ୍କୁ କାବୁ କରିଥିଲା। ଭିଜିଲାନ୍ସ ଡିଏସ୍‌ପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୮ଜଣିଆ ଦଳ ଏହ ଚଢ଼ାଉରେ ସାମିଲ ଥିଲେ।

Share