Categories: ବାଣିଜ୍ୟ

୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧-୧୨: ୫.୨୩ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ଡିଜିଟାଲ କମ୍ୟୁନିକେଶନ କମିଶନଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥି ଲାଗି ନିଲାମ ପ୍ରକ୍ରିୟା ମାର୍ଚ୍ଚ, ଏପ୍ରିଲରେ ହେବ ବୋଲି ସୂଚନା ରହିଛି। ରେଡିଓ ଓ୍ବେଲ ଲାଗି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସ୍ପେକ୍ଟ୍ରମ ନିଲାମ ଲାଗି ବିଡ୍‌ ପ୍ରକ୍ରିୟା ଜାନୁୟାରୀ ୧୩ରୁ ଆରମ୍ଭ କରାଯିବ ବୋଲି ଟେଲିକମ ବିଭାଗ ସଚିବ ଅଂଶୁ ପ୍ରକାଶ କରିଛନ୍ତି। ନିଲାମ ଲାଗି ମୋଟ ୮,୩୦୦ ମେଗାହର୍ଜ ସ୍ପେକ୍ଟମ ରହିଛି। ଏହାର ମୂଲ୍ୟ ମୋଟ ୫.୨୩ ଲକ୍ଷ କୋଟି ଟଙ୍କା ହେବ।

Share