୫.୯୧ ଲକ୍ଷ ଟଙ୍କା ସହାୟତା ସଂଗ୍ରହ

ଭୁବନ, ୫।୫(ଡି.ଏନ୍‌.ଏ.)

କରୋନା ସଙ୍କଟ ସମୟରେ ରାଜ୍ୟ ସରକାରଙ୍କୁ ସହାୟତାର ହାତ ବଢ଼ାଇବାକୁ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଅଭିଯାନ। ବ୍ଲକ ଅଧ୍ୟକ୍ଷ ଗଁା ଗଁା ବୁଲି ସହାୟତା କରିବାକୁ ନିବେଦନ କରିଥିଲେ। ସୋମବାର ସଂଗୃହୀତ ଅର୍ଥରାଶି ଗଣାଯାଇଛି। ଦୁଇଟି ବାକ୍ସରେ ଆଦାୟ କରାଯାଇଥିବା ଟଙ୍କାକୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଗଣତି ପରେ ୫ଲକ୍ଷ ୯୧ ହଜାର ୫୧ ଟଙ୍କା ସଂଗୃହୀତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଏହାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ବ୍ଲକ କାର୍ଯ୍ୟାଳୟରେ ଟଙ୍କା ଗଣତି ସମୟରେ ତହସିଲଦାର ଶକ୍ତିକାନ୍ତ ରାଏ, ବିଡିଓ ଆଶୀର୍ବାଦ ପରିଡ଼ା, ଥାନାଧିକାରୀ ନିର୍ମଳା ଗୋଚ୍ଛାୟତଙ୍କ ସମେତ ଜନପ୍ରତିନିଧି ଉପସ୍ଥିତ ଥିଲେ।

Share