ବଡ଼ସାହି,୯ା୪(ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍ଡାଉନରେ ରହିଛି। ସରକାରଙ୍କ ନିୟମକୁ ଊଲ୍ଲଂଘନ କରି କେତେକ ଅସାମାଜିକ ଯୁବକ ବାଇକ ଯୋଗେ ଏଣେ ତେଣେ ବୁଲୁଥିବା ବେଳେ ସାମାଜିକ ଦୂରତା ଅବଲମ୍ବନ କରୁ ନାହାନ୍ତି। ସ୍ଥାନୀୟ ବଜାରକୁ ଆସୁଥିବା ୨୦ଟି ବାଇକ୍କୁ ପୋଲିସ ଜବତ କରିବା ସହିତ ସେମାନଙ୍କ ନାମରେ ମାମଲା ରୁଜୁ କରିଛି। କୋଭିଡ-୧୯ ଆଇନ ଅମାନ୍ୟ କରୁଥିବା ଲୋକମାନଙ୍କ ପାଇଁ ବୁଧବାର ବଡ଼ସାହି ପୋଲିସ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯାଇଛି।