Categories: ବାଣିଜ୍ୟ

୬ବର୍ଷରେ ପ୍ରଥମଥର ଏପ୍ରିଲରେ ଏୟାର ଟ୍ରାଫିକ ହ୍ରାସ

ନୂଆଦିଲ୍ଲୀ,୩୦-୫: ଏପ୍ରିଲରେ ଘରୋଇ ଏୟାର ଟ୍ରାଫିକ ହ୍ରାସ ପାଇଛି। ଗତ ୬ ବର୍ଷ ମଧ୍ୟରେ ଏହା ପ୍ରଥମଥର ଦେଖିବାକୁ ମିଳିଛି। ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହୋଇଯିବା ଏବଂ ଅନ୍ୟ କେତେକ କାରଣରୁ ଫ୍ଲାଇଟ୍‌ ବାତିଲ କରାଯିବାରୁ ଏପରି ଦେଖିବାକୁ ମିଳିଛି ବୋଲି ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ(ଆଇଏଟିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଏହି ଅନ୍ତରାଷ୍ଟ୍ରୀୟ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ,ବାସ୍ତବରେ ଭାରତରେ ଏୟାରଲାଇନ୍ସ ଟ୍ରାଫିକ ବାର୍ଷିକ ଆଧାରରେ ୦.୫% କମିଛି। ସୂଚନାଯୋଗ୍ୟ ଯେ, ବିଶ୍ୱର ୨୦୯ ଏୟାରଲାଇନ୍ସ ଆଇଏଟିଏର ସଦସ୍ୟ ଅଛନ୍ତି, ଯିଏ କି ବିଶ୍ୱର ଏୟାର ଟ୍ରାଫିକର ୮୨%ର ପ୍ରତିନିଧିତ୍ୱ କରୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ସ୍ଥାୟୀ ରୂପରେ ଦୁଇ ଅଙ୍କରେ ରେଭେନ୍ୟୁ ପାସେଞ୍ଜର କିଲୋମିଟର(ଆର୍‌ପିକେ) ଅଭିବୃଦ୍ଧି ହାସଲ କରିବା ପରେ ଭାରତର ଘରୋଇ ବଜାର ଜାନୁୟାରୀ ୨୦୧୪ ପରେ ପ୍ରଥମଥର ନକାରାମତ୍କ ଅଭିବୃଦ୍ଧି ହାସଲ କରିଛି। ଚଳିତ ବର୍ଷ ଏପ୍ରିଲରେ ଭାରତର ଆର୍‌ପିକେ ଗତବର୍ଷର ଏପ୍ରିଲ ତୁଳନାରେ ୦.୫% କମ ହୋଇଛି। ୨୦୧୮ ଡିସେମ୍ବରରେ ଭାରତର ଘରୋଇ ମାର୍କେଟ ବାର୍ଷିକ ଆଧାରରେ ୧୫% ବୃଦ୍ଧି ହାସଲ କରିଥିଲା।

Share