୬ବର୍ଷର ପୁଅକୁ କଚାଡି ମାରିଲେ ବାପା

କପ୍ତିିପଦା,୩।୯(ଡି.ଏନ.ଏ.):ମୟୁରଭଞ୍ଜ ଜିଲା ଶରତ ଥାନା ଲାବଣ୍ୟଦେଇପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ମାନସିକ ବିକୃତ ବାପା ନିଜର ୬ ବର୍ଷର ପୁଅକୁ କଚାଡି ମାରିଦେଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ମଧୁ ସିଂ ହେମ୍ବ୍ରମ। ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ଗାଈ ବାନ୍ଧିବାକୁ ନେଇ ଝଗଡା ହେବାପରେ ଘରକୁ ଫେରିଥିଲେ ମଧୁ। ଘରେ ପୁଅ ସର୍ଦ୍ଦାର ସିଂ ହେମ୍ବ୍ରମ କାନ୍ଦୁଥିଲବାର ଦେଖି କଣ ପାଇଁ କାନ୍ଦୁଚି କହି ଏକ ପଥରରେ କଚାଡି ଦେଇଥିଲେ ବାପା। ଘଟଣାସ୍ଥଳରେ ହଁି ସର୍ଦ୍ଦାରଙ୍କ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପରେ ଘର ପାଖ ପୋଖରୀରେ ବୁଡେଇ ଦେଇଥିଲେ। ପରେ ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ପୋଲିସର ଜିମା ଦେଇଥିଲେ। ପୋଲିସ ମଧୁଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।