୬ବର୍ଷ ହେଲା ପାଇପ ଜଳଯୋଗାଣ ବନ୍ଦ

ଜୁନାଗଡ,୧୭।୬(ଡି.ଏନ୍‌.ଏ) – କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦାସିଗଁ।ରେ ଗତ ୬ବର୍ଷ ହେଲା ଜଳ ଯୋଗାଣ ବନ୍ଦ ରହିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୬ ୱାର୍ଡ ବିଶିଷ୍ଟ ଦାସିଗଁ।ର ଜନସଂଖ୍ୟା ପ୍ରାୟ ୫ହଜାର। ୨୦୦୮ ମସିହାରେ ଗ୍ରାମରେ ଜଳଯୋଗାଣ ପାଇଁ ଏକ ଓଭରହେଡ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। ନିକଟିସ୍ଥ ହାତୀନଦୀରୁ ପାଣି ଆସି ଟାଙ୍କିରେ ଭର୍ତ୍ତି କରାଯାଇ ପାଇପ ଜରିଆରେ ଗ୍ରାମରେ ଜଳ ଯୋଗାଣ ହେଉଥିଲା। ତେବେ ଗତ ୬ବର୍ଷ ତଳେ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ସମୟରେ ପାଇପଗୁଡିକ ଫାଟିଯିବା ପରଠାରୁ ଜଳଯୋଗାଣ ବନ୍ଦ ରହିଛି। ଏହାପରେ ଗ୍ରାମରେ ପାଇପ୍‌ ବିଛା ଓ ଘରକୁ ଘର ପାଇପ ସଂଯୋଗ କରିବା ପାଇଁ ବସୁଧା ଯୋଜନାରେ ପ୍ରାୟ ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲା। ଏହାକୁ ଜୁନାଗଡ ଅଞ୍ଚଳର ଲକ୍ଷ୍ମୀକାନ୍ତ ନାଏକ ନାମକ ଜଣେ ଠିକାଦାର ଟେଣ୍ଡର ପାଇଥିବା ବିଭାଗୀୟ ଯନ୍ତ୍ରୀ ବିନୋଦ କୁମାର ସିଂଙ୍କଠାରୁ ଜଣାପଡିଛି। ତେବେ ନିମ୍ନମାନର ଓ ହାଲୁକା ପାଇପ୍‌ ରାସ୍ତାରେ ବିଛାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, ଏଠାରେ କାମ କରୁଥିବା ଠିକାଦାର ସୂଚନା ଫଳକ ଲଗାଇ ନାହାନ୍ତି। ଏଥିଯୋଗୁ ଲୋକ କାର୍ଯ୍ୟ ସମ୍ପର୍କରେ ଜାଣି ପାରୁନାହାନ୍ତି। ଅଭିଯୋଗ ନେଇ ବିଭାଗୀୟ ଯନ୍ତ୍ରୀ ବିନୋଦ କୁମାର ସଂଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଜିଲାପାଳ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share