୬ବର୍ଷ ହେଲା ହାତୀ ଗଣନା ହୋଇନି, ମଲେଣି ୫୨୬

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ରାଜ୍ୟରେ ମଣିଷ ଏବଂ ବନ୍ୟପ୍ରାଣୀ ବିବାଦ ବଢ଼ୁଛି। ବିଶେଷ କରି ହାତୀ ଏବଂ ମଣିଷ ଅଧିକାଂଶ ସମୟ ମୁହଁାମୁହିଁ ହେଉଥିବା ଦେଖାଦେଉଛି। କେଉଁଠି ହାତୀ ମଣିଷକୁ ମାରୁଛି ତ ଆଉ କେଉଁଠି ଶିକାରୀ ହାତୀକୁ ମାରୁଛି। ଏଥିସହ ବିଭିନ୍ନ କାରଣ ଯୋଗୁ ରାଜ୍ୟରେ ହାତୀ ମୃତ୍ୟୁହାର ବଢ଼ିବାରେ ଲାଗିଛି। ବିଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୮୦ରୁ ଉର୍ଦ୍ଧ୍ୱ ହାତୀ ମୃତ୍ୟୁବରଣ କରୁଛନ୍ତି। ୨୦୧୭ ଅପ୍ରେଲ ମାସରୁ ଶନିବାର ସୁଧା ରାଜ୍ୟରେ ୫୨୬ଟି ହାତୀ ମୃତ୍ୟୁବରଣ କରିଥିବା ତଥ୍ୟରୁ ଜଣାପଡ଼ିଛି। ଶନିବାର ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅନଲାଇନ ମାଧ୍ୟମରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଏନେଇ ଆଲୋଚନା କରିଥିଲେ। ହାତୀ ମଣିଷ ମୁହଁାମୁହିଁକୁ ରୋକାଯିବା ସହ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବ ସେ ଉପରେ ଜିଲାପାଳ କହିଥିଲେ। ପ୍ରତିମାସରେ ହେବାକୁ ଥିବା ଉକ୍ତ ବୈଠକର ଆବାହକ ବ୍ରହ୍ମପୁର ଡିଏଫଓ ଅଛନ୍ତି। ଏହି ବୈଠକରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ବ୍ରହ୍ମପୁର ଡିଏଫଓ, ଚିଲିକା ଡିଏଫଓ, ଟାଟାପାୱାର, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ପୂର୍ତ୍ତ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଭାଗନେଇ ନିଜର ମତ ରଖିଥିଲେ । ଆଗକୁ ହାତୀ ଫସଲ କ୍ଷତି କରିବାକୁ ଗଁା ମୁହଁା ହେବେ। ଏହି ସମୟରେ ହାତୀ ମଣିଷ ମୁହଁାମୁହିଁ ହେବାର ସମ୍ଭାବନା ରହିଛି । ତେଣୁ ଜଙ୍ଗଲ ନିକଟବର୍ତ୍ତି ଗ୍ରାମବାସୀଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉପରେ ସଚେତନତା କରାଯିବ। ଯେଉଁଠି ହାତୀ ଫସଲ କ୍ଷତି କରୁଛି ସମ୍ପୃକ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ସହାୟତା ଦେବା ବ୍ୟବସ୍ଥା କରାଯିବ। ହାତୀ କରିଡ଼ର ଅଞ୍ଚଳରେ ବିଦ୍ୟୁତ ତାର କେଉଁଠି ଓହଳି ଥିଲେ ତାହାକୁ ନିର୍ଦ୍ଧାରିତ ଉଚ୍ଚତାରେ ଟାଣିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ଯେଉଁଠି କେବୁଲ ତାର ଆବଶ୍ୟକ ସେଠି କେବୁଲ ତାର ଟାଣିବା ବ୍ୟବସ୍ଥା ହେବ । ଭିତ୍ତିଭୂମି ସଜାଡ଼ିବା ପାଇଁ ଯେଉଁ ଡିଭିଜନକୁ ଯେତିକି ଅର୍ଥ ଆବଶ୍ୟକ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ। ହାତୀ ସୁରକ୍ଷା ପାଇଁ ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ କାଟ ହେଉଛି ସମ୍ପୃକ୍ତ ଅଞ୍ଚଳରେ ଚୋରି ସମେତ ବିଭିନ୍ନ ପ୍ରକାର ବିଶୃଙ୍ଖଳା ହେଉଥିବା ଅଭିଯୋଗ ହେଉଛି। ତେଣୁ ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ଭାବେ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଅପରପକ୍ଷରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ମେଡ଼ିକାଲ ପରିସର ଭିତରକୁ ଶନିବାର ସନ୍ଧ୍ୟାରେ ଏକ ଆହତ ହରିଣ ପଶିଆସିଥିଲା। ହରିଣଟିର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚିହ୍ନ ରହିଥିଲା। କୁକୁରମାନେ ହରିଣଟିକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ହରିଣଟିକୁ ଉଦ୍ଧାର କରି ଚିକିସତ୍ା ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ହରିଣଟିର ମୃତ୍ୟୁ ହୋଇଯାଇଛି। ୨୦୧୭ ଅପ୍ରେଲ ଏବଂ ମେ’ ମାସ ମଧ୍ୟରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ସେ ସମୟରେ ରାଜ୍ୟରେ ୧୯୭୬ଟି ହାତୀ ଥିଲେ। ୨୦୧୭ ଅପ୍ରେଲରୁ ଶନିବାର ସୁଧା ରାଜ୍ୟରେ ୫୨୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ଏହିଭଳି ଗଞ୍ଜାମ ଜିଲାରେ ୨୦୧୭ ଗଣନା ଅନୁସାରେ ୫୩ଟି ହାତୀ ଥିଲେ। ୨୦୧୭ ଅପ୍ରେଲରୁ ଆଜି ସୁଧା ଜିଲାରେ ୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଶନିବାର ସୁଧା ଉତ୍ତର ଘୁମୁସର ବନଖଣ୍ଡରେ ୪୫ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ୧୯ଟି ହାତୀ ଅଛନ୍ତି । ବ୍ରହ୍ମପୁର ବନଖଣ୍ଡର ରିପୋର୍ଟ ହସ୍ତଗତ ହୋଇନାହିଁ । ପ୍ରତି ୨ବର୍ଷକୁ ଥରେ ରାଜ୍ୟରେ ହାତୀ ଗଣନା ହେବା କଥା। କିନ୍ତୁ ୨୦୧୯ରେ କରୋନା ଯୋଗୁ ହାତୀ ଗଣନା ହୋଇପାରିନଥିଲା। ଇତିମଧ୍ୟରେ କରୋନା ଯାଇ
ସ୍ବାଭାବିକ ପରିସ୍ଥିତି ହେଲାଣି। ତଥାପି ହାତୀ ଗଣନା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଜଣାପଡ଼ିଛି, ଯାହାକୁ ନେଇ ପରିବେଶବିତ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ...

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ଭରତପୁର ଥାନା: ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ବଢ଼ୁଛି…

ଭୁବନେଶ୍ୱର,୨୩।୯: ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଥାନାରେ ଏଣେତେଣେ ପଡ଼ିଥିବା ସିସିଟିଭକୁ ନେଇ ରହସ୍ୟ ବଢ଼ୁଛି । ଗଦା ଗଦା ସିସିଟିଭି କ୍ୟାମେରା...

ପୁଣି ଚର୍ଚ୍ଚାରେ ଭରତପୁର: ନୂତନ ଆଇଆଇସି କଲେ ଯଜ୍ଞ, ଲଙ୍କା, ଲେମ୍ବୁ ଲଗାଇ…

ଭୁବନେଶ୍ୱର,୨୩।୯:  ଭରତପୁର ଥାନା ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ  ଆଉ ଏକ ଫର୍ଦ୍ଦ   ଚର୍ଚ୍ଚାରେ ଜୋଡି ହୋଇଯାଇଛି।  ଥାନାରେ ନୂଆ ଆଇଆଇସି ପୂଜାପାଠ କରିଛନ୍ତି ।...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୀଡ଼ିତାଙ୍କ ବାପା କହିଲେ ଝିଅ ସବୁବେଳେ ରାତିରେ…

ଭୁୁବନେଶ୍ୱର,୨୩।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉନି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri