Categories: ଜାତୀୟ

୬ମାସ ପରେ ନଜରବନ୍ଦୀରୁ ମୁକୁଳିଲେ ଫାରୁକ

ଶ୍ରୀନଗର,୧୩।୩: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନ୍ସ ନେତା ଫାରୁକ ଅବଦ୍ଦୁଲାଙ୍କ ନଜରବନ୍ଦୀ ଶେଷ ହୋଇଛି। ରାଜ୍ୟ ସରକାର ଶୁକ୍ରବାର ତାଙ୍କର ନଜରବନ୍ଦୀ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଫାରୁକଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେପ୍ଟେମ୍ବର ୧୫ରେ ପବ୍ଲିକ୍‌ ସେଫ୍ଟି ଆକ୍ଟ (ପିଏସ୍‌ଏ)୧୯୭୮ ଆଧାରରେ ତାଙ୍କୁ ନଜରବନ୍ଦୀ ରଖାଯାଇଥିଲା। ତେବେ ପ୍ରାୟ ୬ମାସ ପରେ ସରକାର ଫାରୁକଙ୍କ ନଜରବନ୍ଦୀକୁ ଶେଷ କରିଛନ୍ତି। କିନ୍ତୁ ଏବେ ବି ସେ ଗୃହବନ୍ଦୀ ହୋଇ ରହିଛନ୍ତି।

Share