୬ରୁ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୧।୯(ବ୍ୟୁରୋ) : ଭାଜପା ଏବଂ ବିଜେଡି ପରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଆସନ୍ତା ୬ ତାରିଖରୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବ। ତେବେ ରାଜ୍ୟରୁ ୬୦ ଲକ୍ଷ ସଭ୍ୟ ସଂଗ୍ରହ ଲାଗି ଦଳ ଲକ୍ଷ୍ୟ ରଖିଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ରବିବାର ସୂଚନା ଦେଇ କହିଛନ୍ତି। ଅପରପକ୍ଷେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ସୁର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଆଧାର ଲିଙ୍କ୍‌ କରାଇବା ନାମରେ ଭୋଟରଙ୍କୁ ଆକୃଷ୍ଟ କରାଇବାକୁ ବିଜେଡି ଅପଚେଷ୍ଟା କରୁଛି। ଲୋକଙ୍କୁ ଭୁଆଁ ବୁଲାଇ ବିଜେଡି ଓଡ଼ିଶାକୁ ଲୁଟ୍‌ ଉଦ୍ୟମ କରୁଥିବା ସେ କହିଛନ୍ତି।

Share