୬ରେ କଳା ଦିବସ ପାଳିବ କୁଡୁମୀ ସେନା

ବାରିପଦା ଅଫିସ,୨ା୯- ୧୯୫୦ ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁଡୁମୀ ଜାତିକୁ ଜନଜାତି ତାଲିକାରୁ ବାଦ ଦିଆଯାଇଥିଲା ା ଏହାର ପ୍ରତିବାଦରେ ବିଗତ ଦିନରେ ଏହି ଦିବସକୁ କଳା ଦିବସ ରୂପେ ପାଳନ କରାଯାଉଥିବା ବେଳେ ସମଗ୍ର ରାଜ୍ୟରେ ଆସନ୍ତା ୬ ତାରିଖରେ କୁଡୁମୀ ସେନା ପକ୍ଷରୁ କଳା ଦିବସ ରୂପେ ପାଳନ କରାଯିବ ବୋଲି ରାଜ୍ୟ ସଭାପତି ଜୈମୁନି ମହାନ୍ତ ବାରିପଦାଠାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ା ପ୍ରତି ଜିଲାର ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଜିଲାର ସଦର ମହକୁମା ବାରିପଦାଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହିତ କପ୍ତିପଦା, ବାମନଘାଟୀ ଓ ପାଞ୍ଚପୀଢ ଉପଖଣ୍ଡରେ ଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଛି। ଏହି ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଦିଲୀରେ ଏକତ୍ରିତ ହୋଇ ପ୍ରତିବାଦ ସଭା ସହ ବିକ୍ଷୋଭ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଛନ୍ତି। ଏହା ବ୍ୟତୀତ ଓଡ଼ିଶାର ୯ ଟି ଜିଲାରେ ଥିବା କୁଡୁମୀ ଭଉଣୀଭାଇମାନେ ଏହି ଲଢେଇରେ ସାମିଲ ହେବା ପାଇଁ ସେ ନିବେଦନ କରିଛନ୍ତି ା ଏହିି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ଦିବ୍ୟସିଂହ ମହାନ୍ତ, ଜିଲା ସଭାପତି ଦୁର୍ଗା ଚରଣ ମହାନ୍ତ, ଡମ୍ବରୁଧର ମହାନ୍ତ, ଜିଲା ମହିଳା ସଭାପତି ସବିତା ମହାନ୍ତ, ଜଗଦୀଶ ମହାନ୍ତ, ବିବେକାନନ୍ଦ ମହାନ୍ତ, ମହେନ୍ଦ୍ର ମହାନ୍ତ, ସମନାଥ ମହାନ୍ତ, ନବକିଶୋର ମହାନ୍ତ ଓ ସୂର୍ଯ୍ୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ା

Share