Categories: ଜାତୀୟ

୬ରେ ସେନାଧିକାରୀ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,୪ା୬: ସୀମା ବିବାଦକୁ ନେଇ ଲଦାଖ ପୂର୍ବାଞ୍ଚଳରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିବାବେଳେ ଏହାର ସମାଧାନ ଲାଗି ୬ ତାରିଖରେ ଦୁଇ ଦେଶର ଉଚ୍ଚ ସାମରିକ ସ୍ତରୀୟ ଆଲୋଚନା ହେବାକୁ ଯାଉଛି। ଏଥିରେ ଭାରତ ପକ୍ଷରୁ ୧୪ କର୍ପସ୍‌ର କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ ହରିନ୍ଦର ସିଂ ନେତୃତ୍ୱ ନେବେ। ସୀମା ସମସ୍ୟାର ସମାଧାନ ହେବା ନେଇ ସକାରାତ୍ମକ ସୂଚନା ମିଳିଥିବା ଏକ ସୂତ୍ରରୁ କୁହାଯାଇଛି। ଦୁଇ ସପ୍ତାହ ହେଲା ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଆଞ୍ଚଳିକ ସାମରିକ କମାଣ୍ଡରଙ୍କ ମଧ୍ୟରେ ଏକାଧିକ ଆଲୋଚନା ହେଲାଣି। ତେବେ ଏପର୍ଯ୍ୟନ୍ତ ସମାଧାନର ସୂତ୍ର ବାହାରିପାରି ନାହିଁ।

Share