୬୦ନଂ କରୋନା ଆକ୍ରାନ୍ତ ଝାରପଡ଼ା ନିଳାଦ୍ରିନଗରର: ଗ୍ରୋସରୀ-ପରିବା ଲାଗି ବୁଲିଛନ୍ତି କେସୁରା ବଜାର, ରସୁଲଗଡ଼ ହାଟ, ପଳାଶୁଣୀ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜଧାନୀରେ ଚିହ୍ନଟ ହୋଇଥିବା ଆଉ ୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଝାରପଡ଼ା ଅଞ୍ଚଳର ହୋଇଥିବା ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେ ୫୧ ବର୍ଷୀୟ ବ୍ୟକ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ୪୨ନଂ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ଲକ୍‌ଡାଉନ୍‌ ପରଠାରୁ ଝାରପଡ଼ାର ନିଳାଦ୍ରିନଗର ଅଞ୍ଚଳରେ ଥିବା ନିଜ ଘରେ ସେ ରହିଆସୁଥିଲେ। ଏହି ସମୟରେ ସେ କିଛି ସମୟରେ ବାହାରକୁ ଆସିଛନ୍ତି। ମାର୍ଚ୍ଚ ୨୨-୧୩ ଏପ୍ରିଲ ଭିତରେ ସେ ଗ୍ରୋସରୀ ଏବଂ ପନିପରିବା ଲାଗି ସେ କେସୁରା ବଜାର, ରସୁଲଗଡ଼ ହାଟ ଏବଂ ପଳାଶୁଣୀ ଯାଇଛନ୍ତି। ତାଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଏପ୍ରିଲ ୧୪ରେ ଏହା ପଜିଟିଭ୍‌ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହି୍‌ଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇ ସୂଚନା ଦିଆଯାଇଛି।

Share