Categories: ଜାତୀୟ

୬୦ବର୍ଷୀୟା ବୃଦ୍ଧା ୧ ମିନିଟରେ ୬ଟି ଇଡ୍‌ଲୀ ଖାଇ ଜିତିଲେ ପ୍ରତିଯୋଗିତା

ବେଙ୍ଗାଲୁରୁ,୨।୧୦:କର୍ନାଟକ ହୁଲହଲ୍ଲୀରେ ଜଣେ ୬୦ ବର୍ଷୀୟ ବୃଦ୍ଧା ଗୋଟିଏ ମିନିଟ୍‌ରେ ୬ଟି ଇଡ୍‌ଲୀ ଖାଇ ଏକ ଖାଦ୍ୟ ପ୍ରତିଯୋଗିତା ଜିତିଛନ୍ତି। ମହୀଶୂରରେ ଦଶହରା ଉପଲକ୍ଷେ ଏକ ଖାଦ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଖାସ୍‌ ଭାବେ ବୃଦ୍ଧା ମହିଳାଙ୍କ ପାଇଁ ଏହା ରଖାଯାଇଥିଲା। ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ସରୋଜମ୍ମା ନାମକ ଜଣେ ୬୦ ବର୍ଷୀୟ ମହିଳା ଭାଗ ନେଇଥିଲେ। ସେ ଗୋଟିଏ ମିନିଟରେ ୬ଟି ଇଡ୍‌ଲୀ ସମ୍ବର ଖାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ସୂଚନାଯୋଗ୍ୟ, ମହୀଶୁରରେ ଦଶହରା ୧୦ ଦିନ ଯାଏ ଖୁବ୍‌ ଆଡମ୍ବରରେ ପାଳନ କରାଯାଏ। ଦେଶବିଦେଶରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ।

Share