୬୦ବର୍ଷ ବୟସରେ ଟେନିସ କୋର୍ଟକୁ ଓହ୍ଲାଇଲେ ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ଏବେ ଫିଲ୍ମ ସହ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଦୀର୍ଘ ଦିନର ବ୍ରେକ୍‌ ପରେ ସେ ବଡ଼ ପରଦାକୁ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଭଳି ସ୍ଥିତିରେ ନୀନା ନିଜର ଫିଟ୍‌ନେସ୍‌ ଉପରେ ବେଶ୍‌ ଧ୍ୟାନ ଦେଉଥିବା ନଜର ଆସିଛି। ଏଥିପାଇଁ ନୀନା ଓ୍ବାର୍କଆଉଟ୍‌ କରିବା ସହ ଯୋଗ ଓ ସ୍ପୋଟର୍‌ସରେ ନିଜର ସମୟ ଅତିବାହିତ କରୁଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ନୀନାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଲନ୍‌ରେ ଟେନିସ ଖେଳୁଥିବାର ଦେଖିବାକୁ ମିଳିଛି। ୬୦ବର୍ଷର ନୀନାଙ୍କ ଏହି ଭିଡିଓକୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ନୀନା ଏହି ଭିଡିଓକୁ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ଦୀର୍ଘ ବର୍ଷ ପରେ ଏହାକୁ ଖେଳି ବେଶ୍‌ ମଜା ଲାଗିଲା।

Share