Categories: ଖେଳ

୬୦ବର୍ଷ ହେଲେ ଖେଳ ଛାଡ଼ିବେ ମିଉରା

ଟୋକିଓ, ୧୪ା୧ (ଏଏଫ୍‌ପି)- ଜାପାନର ପୂର୍ବତନ ଷ୍ଟ୍ରାଇକର କାଜୁୟୋଶି ମିଉରା ଆସନ୍ତା ମାସରେ ୫୩ ବର୍ଷରେ ପଦାର୍ପଣ କରିବେ। ବିଶ୍ୱର ଏହି ସବୁଠାରୁ ବୟସ୍କ ପ୍ରଫେସନାଲ ଖେଳାଳି ଏବେ ମଧ୍ୟ ତାଙ୍କ ଖେଳ ଜାରି ରଖିଛନ୍ତି। ୟୋକୋହାମା ଏଫ୍‌ସି ଟିମ୍‌ ସହିତ ତାଙ୍କ ଚିକ୍ତି ମିଆଦ ସେ ବୃଦ୍ଧି କରିଛନ୍ତି। ମିଉରା ୨୦୦୫ରୁ ୟୋକୋହାମା ଏଫ୍‌ସି ତରଫରୁ ଖେଳି ଆସୁଛନ୍ତି। ୬୦ବର୍ଷ ନ ହେଲା ପର୍ଯ୍ୟନ୍ତ ଖେଳ ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି। ଗତ ସଜିନରେ ସେ କ୍ଲବ ତରଫରୁ ୩ ଥର ଖେଳିଥିଲେ। ମାତ୍ର ଗୋଟିଏ ହେଲେ ଗୋଲ ଦେଇ ପାରି ନ ଥିଲେ। ସେ କହିଛନ୍ତି, ଫୁଟ୍‌ବଲକୁ ମୁଁ ଉପଭୋଗ କରୁଛି। କ୍ଲବକୁ ଲିଗ୍‌ର ଶୀର୍ଷରେ ପହଞ୍ଚାଇବା ମୋର ସବୁବେଳେ ଲକ୍ଷ୍ୟ ରହିଥାଏ। କ୍ଲବ ପାଇଁ ଯଥା ସମ୍ଭବ ମୁଁ ଭଲ ଖେଲିବା ଲାଗି ପ୍ରୟାସ କରିଥାଏ। ୨୦୧୭ରେ ସେ ଦୀର୍ଘ ଦିନ ଧରି ପ୍ରଫେସନାଲ ଫୁଟବଲ୍‌ରେ ରହିବା ଏବଂ ଏକ ପ୍ରଫେସନାଲ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହିସାବରେ ଗୋଲ ସ୍କୋର କରିବା ରେକର୍ଡର ଅଧିକାରୀ ହୋଇଥିଲେ। ତାଙ୍କ ପୂର୍ବରୁ ଉଭୟ ରେକର୍ଡର ଅଧିକାରୀ ଥିଲେ ଇଂଲିଶ କିମ୍ବଦନ୍ତୀ ଷ୍ଟାନ୍‌ଲୀ ମାଥ୍ୟୁସ। ମିଉରା ୧୯୮୨ରେ ଜାପାନରୁ ବ୍ରାଜିଲ ପଳାଇଥିଲେ। ସେଠାରେ ୧୯୮୬ରେ ସାଣ୍ଟୋସ ଏଫ୍‌ସି ସହିତ ଏକ ଚୁକ୍ତି କରିଥିଲେ ଏବଂ ତାଙ୍କ ପ୍ରଫେସନାଲ ପଦାର୍ପଣ କରିଥିଲେ। ସେ ୧୯୯୦ରେ ଜାପାନ ତରଫରୁ ପ୍ରଥମ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ। ୧୯୯୮ରେ ଜାପାନ ପ୍ରଥମ ଥର ବିଶ୍ୱକପ୍‌ ଖେଳିଥିଲା। ମଉରା ଜାତୀୟ ଦଳ ତରଫରୁ ୮୯ ମ୍ୟାଚ ଖେଳି ୫୫ ଗୋଲ ସ୍କୋର କରିଥିଲେ ହେଁ ଫ୍ରାନ୍ସ ବିପକ୍ଷ ମ୍ୟାଚ ପାଇଁ ଚୂଡ଼ାନ୍ତ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ଇଟାଲୀର ଜେନୋଆ କ୍ଲବ ସହିତ ଯୋଗ ଦାନର ବର୍ଷକ ପୂର୍ବରୁ ୧୯୯୩ ପ୍ରଫେସନାଲ ଜେ-ଲିଗ୍‌ରେ ଅନ୍ୟତମ ଷ୍ଟାର ଖେmଳାଳି ବିବେଚିତ ହୋଇ ଆସୁଥିଲେ। ଗତ ସିଜନନରେ ୟୋକୋହାମା ଜେ-୨ ଲିଗ୍‌ରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏଥିସହିତ ଦଳ ଟପ୍‌ ଟିଅରକୁ ଉନ୍ନୀତ ହୋଇଥିଲା।

Share