୬୦୦ଟଙ୍କିଆ ଶାଢି ପିନ୍ଧି ଟ୍ରୋଲ ହେଲେ କଙ୍ଗନା

ବଲିଉଡର ବିନ୍ଦାସ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କୁ ଅଧିକାଂଶ ସମୟରେ ଶାଢି ପିନ୍ଧିଥିବାର ଲକ୍ଷ୍ୟ କରାଯାଏ। ଶାଢି ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ମଧ୍ୟ ରହିଛି। ନିକଟରେ ମାତ୍ର ୬୦୦ଟଙ୍କିଆ ଶାଢି ପିନ୍ଧି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି କଙ୍ଗନା। ତାଙ୍କ ଭଉଣୀ ରଙ୍ଗୋଲି ସୋସିଆଲ ମିଡିଆରେ କଙ୍ଗନାଙ୍କ ଏକ ମଠା ଶାଢି ପିନ୍ଧା ଫଟୋ ପୋଷ୍ଟ କରିଥିଲେ। କୋକତାର ଏକ ବଜାରରେ କଙ୍ଗନାଙ୍କୁ ଏହି ଶାଢି ପସନ୍ଦ ଆସିଥିଲା। ଯାହାର ମୂଲ୍ୟ ମାତ୍ର ୬୦୦ଟଙ୍କା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କଙ୍ଗନା। ପରେ ସେ ଏହାକୁୁ କିଣି ଆଣିଥିଲେ। ଏହି ୬୦୦ଟଙ୍କିଆ ଶାଢି ପିନ୍ଧି କଙ୍ଗନା ମୁମ୍ବାଇ ବିମାନବନ୍ଦରରୁ ଜୟପୁର ଅଭିମୁଖେ ଯାଉଛନ୍ତି ବୋଲି ରଙ୍ଗୋଲି କହିଛନ୍ତି। କଙ୍ଗନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଫ୍ୟାନ୍ସମାନେ ଟ୍ରୋଲ କରିଛନ୍ତି।

Share