Categories: ଫୁରସତ

୬୦୦ ବର୍ଷ ପୁରୁଣା ଦରଘାରେ ରହିଛି ଗାଈ ମଜାର

ଅଯୋଧ୍ୟା,୧୬।୨: ଦେଶରେ ମନ୍ଦିର -ମସଜିଦ୍‌ ନେଇ ବିବାଦ ଜାରି ରହିଛି। ତେବେ ଅଯୋଧ୍ୟାରେ ଏକ ୬୦୦ ବର୍ଷ ପୁରୁଣା ଦରଘାରେ ଏକ ଗାଈର ବଜାର ରହିଛି। ଏହା ସାମ୍ପ୍ରଦାୟିକ ସଦ୍‌ଭାବ ବାର୍ତ୍ତା ବହନ କରିଛି। ଦରଘାକୁ ସମସ୍ତ ଧର୍ମର ଲୋକେ ଆସିଥାନ୍ତି। ସ୍ଥାନୀୟ ମଖଦୁମ୍‌ ସାହେବ ଦରଘାରେ ରହିଛି ଗାଈର ମଜାର। ଏହି ଦରଘା ଲୋକଙ୍କ ମଧ୍ୟରେ ଗୋ ସେବାର ବାର୍ତ୍ତା ପ୍ରସାର କରିଥାଏ। ଏଠାରେ ବାସ କରୁଥିବା ସୁଫି ସନ୍ଥ ମଖଦୁମ୍‌ ସାହେବ ୧୪ ଶତାବ୍ଦୀରେ ଗାଈ ମଜାର ସ୍ଥାପନା କରି ଲୋକଙ୍କ ମଧ୍ୟରେ ଏକତା ଭାବନା ସୃଷ୍ଟି କରିବାର ପ୍ରୟାସ କରିଥିଲେ। ନିଜ ପ୍ରିୟ ପୋଷା ଗାଈର ମୃତ୍ୟୁରେ ମର୍ମାହତ ହୋଇ ମଖଦୁମ୍‌ ସାହେବ ଏହି ମଜାର ନିର୍ମାଣ କରିଥିଲେ। ପରେ ମଜାରରେ ମାନସିକ କଲେ ତାହା ପୂରଣ ହେଉଥିବା ପ୍ରଚାରିତ ହୋଇଥିଲା। ସେବେଠାରୁ ଏଠାକୁ ଶ୍ରଦ୍ଧାଳୁ ମାନେ ଆସିବା ଆରମ୍ଭ କରିଥିଲେ। ମଖଦୁମ୍‌ ସାହେବଙ୍କ ଦେହାନ୍ତ ପରେ ତାଙ୍କର ଅନ୍ତିମ ଇଛା ଅନୁଯାୟୀ ତାଙ୍କୁ ମଧ୍ୟ ଏଠାରେ କବର ଦିଆଯାଇଥିଲା।

Share