୬୦ ଘଣ୍ଟା ସଟ୍‌ଡାଉନ ରହିବ ୩ ଜିଲା: ନିୟମ ଉଲ୍ଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଡିଜିପି

ଭୁବନେଶ୍ୱର, ୨୩।୪(ବ୍ୟୁରୋ): କରୋନା ମୁକାବିଲା ନେଇ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାକୁ ୬୦ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କରାଯାଇଛି। ଗୁରୁବାର ରାତି ୧୦ଟାରୁ ୨୬ ତାରିଖ ଦିନ ୧୦ଟା ଯାଏ ଏହି ସଟ୍‌ଡାଉନ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ଏହି ୩ ଜିଲାର ଲୋକେ ସଟ୍‌ଡାଉନ୍‌କୁ ପାଳନ କରିବାକୁ ପୋଲିସ ଡିଜି ଅଭୟ ଟୁଇଟ୍‌ କରି ନିବେଦନ କରିଛନ୍ତି। ଏଥିସହ ସଟ୍‌ଡାଉନ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Share