Categories: ଜାତୀୟ

୬୦% ପରିବାରର ଆୟ ପ୍ରଭାବିତ

ନୂଆଦିଲ୍ଲୀ,୨୪।୫: କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତର ପାଖାପାଖି ୬୦ ପ୍ରତିଶତ ପରିବାରର ଆୟ ବାଧାପ୍ରାପ୍ତ ହୋଇଛି। ନିଏଲସେନ୍‌ ପକ୍ଷରୁ ୧୨ଟି ସହର ଉପରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ପ୍ରତି ୧୦ ଜଣରୁ ୮ ଜଣ କହିଛନ୍ତି, ମାର୍ଚ୍ଚରୁ ଜୁନ୍‌ ମଧ୍ୟରେ ସେମାନଙ୍କର ଦେଶ ଭିତରେ ଭ୍ରମଣ, ଘର ପାଇଁ ଦାମୀ ଉପକରଣ ଆଦି କିଣିବା ଯୋଜନା ଥିଲା। ଲକ୍‌ଡାଉନ କଟକଣା ହଟିବା ପରେ ସେମାନଙ୍କ ମଧ୍ୟରୁ ମାତ୍ର ୨୮ ପ୍ରତିଶତ ଯୋଜନାରେ ଆଗେଇବାକୁ ଚାହୁଁଥିବାବେଳେ ଅନ୍ୟମାନେ ଯୋଜନାକୁ ସ୍ଥଗିତ କିମ୍ବା ବାତିଲ କରିଦେଇଛନ୍ତି। ମହାମାରୀ ଅନ୍ୟ କ୍ଷେତ୍ରକୁ ମଧ୍ୟ ଅନୁରୂପ ଭାବେ ପ୍ରଭାବିତ କରିଛି। ଦେଶରେ ଦ୍ରୁତ ବ୍ୟବହୃତ ଉପଭୋକ୍ତା ସାମଗ୍ରୀ (ଏଫ୍‌ଏମ୍‌ସିଜି) ବିକ୍ରି ଏପ୍ରିଲ ମାସରେ ୩୪ ପ୍ରତିଶତ ହ୍ରାସ ପାଇଛି। ତେଜରାତି ଦୋକାନ ସମେତ ପାରମ୍ପରିକ ଚ୍ୟାନେଲ ଦେଇ ବ୍ୟବସାୟ ମଧ୍ୟ ଯଥେଷ୍ଟ କମିଛି। ଅନ୍ୟପକ୍ଷରେ ଡିପାର୍ଟମେଣ୍ଟାଲ ଷ୍ଟୋର, କ୍ୟାଶ୍‌ ଆଣ୍ଡ କ୍ୟାରି ଷ୍ଟୋରରେ ଭଲ କାରବାର ହୋଇଛି।

Share