Categories: ବାଣିଜ୍ୟ

୬୦ ବର୍ଷରେ ପ୍ରଥମ ଥର ଏସିଆ ଅଭିବୃଦ୍ଧି କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୧୭।୪: ଗତ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଏସିଆର ଅଭିବୃଦ୍ଧି ହାର କ୍ଷତିଗ୍ରସ୍ତ ହେବ ବୋଲି ଆଇଏମ୍‌ଏଫ୍‌ କହିଛି। ଏହି ଅଞ୍ଚଳର ସର୍ଭିସ ସେକ୍ଟର ଏବଂ ପ୍ରମୁଖ ରପ୍ତାନି ଡେଷ୍ଟିନେଶନଗୁଡ଼ିକ ଚଳିତ ବର୍ଷ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କରୋନା ଯୋଗୁ ଏସିଆର ବିକାଶ ହାର ୦% ରହିବ ବୋଲି ରିପୋର୍ଟରେ କୁହାଯାଇଛି। ଏହା ୧୯୬୦ ପରଠାରୁ ସବୁଠୁ ଖରାପ ସ୍ତର। ଏଭଳି ସଙ୍କଟ ବଜାରରେ କେବେ ଆସି ନ ଥିଲା। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ବର୍ତ୍ତମାନର ସ୍ଥିତି ଜଟିଳ ରହିଛି। ଏସିଆ ଦେଶଗୁଡିକ ଏହାଠାରୁ ବର୍ତ୍ତିବାକୁ କ୍ଷମତା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥା ସମୟରେ ଏସିଆର ବିକାଶ ହାର ୪.୭% ରହିଥିଲା। ଏସିଆ ଆର୍ଥତ୍କ ସଙ୍କଟ ସମୟରେ ବିକାଶ ହାର ୧.୩% ରହିଥିଲା। କୋଭିଡ୍‌ ପାଇଁ ବିଶ୍ୱ ବଜାରର ଅଭିବୃଦ୍ଧି ହାର ୩% ରହିବ ବୋଲି ଆଇଏମ୍‌ଏଫ୍‌ କହିଛି।

Share