Categories: ଜାତୀୟ

୬୦ ବର୍ଷ ବୟସରେ ବିବାହ କଲେ କଂଗ୍ରେସ ନେତା ମୁକୁଲ

ନୂଆଦିଲ୍ଲୀ,୯।୩: ରାଜସ୍ଥାନର କଂଗ୍ରେସ ମହାସଚିବ ମୁକୁଲ ଓ୍ବାସନିକ ୬୦ ବର୍ଷ ବୟସରେ ବିବାହ କରି ଆସିଛନ୍ତି ଚର୍ଚ୍ଚାକୁ। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ ଓ୍ବାସନିକ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ରବିନା ଖୁରାନାଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ହେବ ଭଲ ବନ୍ଧୁତା ଥିବା ବେଳେ ଶେଷରେ ଏମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଏ। ରବିନା ଏକ ଘରୋଇ ସଂସ୍ଥାରେ ଉଚ୍ଚ ପଦବୀରେ ଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିବା ଓ୍ବାସନିକଙ୍କୁ ସେ ଭଲପାଇ ବସିଥିଲେ। ରବିବାର ହୋଇଥିବା ଏହି ବିବାହରେ ହାତ ଗଣତି କେତେଜଣ ଲୋକ ଯୋଗ ଦେଇଥିବା କୁହାଯାଏ। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲ, ଅମ୍ବିକା ସୋନି, ବିକେ ହରିପ୍ରସାଦ ଓ ଆନନ୍ଦ ଶର୍ମା ପ୍ରମୁଖ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share