୬୦ ହଜାରରୁ ଅଧିକ କରୋନା ଭୁତାଣୁ ସଂକ୍ରମିତ: ଗୋଟିଏ ଦିନରେ ୨୪୨ ମୃତ

ବେଜିଂ, ୧୩।୨: ଚାଇନାରେ କରୋନା ମହାମାରୀ ରୂପ ନେଇଛି। ଦେଶର ୩୧ଟିରୁ ଅଧିକ ସହରରେ ସନ୍ଦିଗ୍ଧଙ୍କ ସଂଖ୍ୟା କ୍ରମାଗତ ବଢୁଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୩୫୫ରେ ପହଞ୍ଚିଛି। ସେହିପରି ୬୦ ହଜାରରୁ ଅଧିକ ଲୋକ ଏହି ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଚାଇନା ସରକାର କହିଛନ୍ତି। ଗୋଟିଏ ଦିନରେ ଏଠାରେ ୨୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଉହାନ ସହରରେ ଇତିମଧ୍ୟରେ ୧୪ ହଜାର ୮୦୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି।

Share