Categories: ଫୁରସତ

୬୧ ବର୍ଷ ବୟସରେ ଯୁବ ମଡେଲଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ

ମଡେଲିଂ କରିବାର ଏକ ବୟସ ଥାଏ ବୋଲି କୁହାଯାଏ ବିଶେଷ କରି ଯୁବକ ଯୁବତୀମାନେ ଏହି କ୍ଷେତ୍ରରେ ଆଗକୁ ଆସୁଥିବା ବେଳେ ଏମିତି ମଡେଲଙ୍କୁ ପ୍ରାୟ ସମସ୍ତେ ପସନ୍ଦ କରିଥାଆନ୍ତି। ହେଲେ ଦିନେଶ ମୋହନ ଏହାର ଏକ ବ୍ୟତିକ୍ରମ। ଏହି ସିନିୟର ଫ୍ୟାଶନ ମଡେଲ ଏବେ ଏକ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିସାରିଲେଣି। ଦିନେଶ ଏବେ ତାଙ୍କ ଫିଟନେସ୍‌ ଓ ଷ୍ଟାଇଲକୁ ନେଇ ଯୁବ ମଡେଲଙ୍କୁ ଟକ୍କର ଦେଉଛନ୍ତି। ସବୁଠାରୁ ବଡ କଥା ହେଲା ଦିନେଶ ତାଙ୍କ ମଡେଲିଂ କ୍ୟାରିୟର ୬୧ ବର୍ଷ ବୟସରେ ଆରମ୍ଭ କରିଛନ୍ତି। ଗୁଡଗାଓଁରେ ରହୁଥିବା ଦିନେଶଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନ ଥିଲା। ଜୀବନର ଉତ୍‌ଥାନ ପତନ ଦେଇ ଗତିକରିଥିବା ଦିନେଶ ୪୪ ବର୍ଷ ବୟସ ବେଳକୁ ବହୁତ ମୋଟା ଥିଲେ। ଏମିତିକି ଉଠିବା ବସିବାରେ କଷ୍ଟ ଅନୁଭବ କରୁଥିଲେ। ଖାଇବାରେ ସଉକ୍‌ ରଖୁଥିବା ଦିନେଶ ଏମିତି ମୋଟା ହୋଇଯାଇଥିଲେ ଯେ ତାଙ୍କ ଶରୀରର କିଛି ଅଂଶ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ସେ ଚାକିରୀ ଛାଡି ଭଉଣୀ ଘରକୁ ଚାଲିଯାଇଥିଲେ। ସେଠାରେ ସେ ବର୍ଷେ ପର୍ଯ୍ୟନ୍ତ ବିଛଣାରେ ପଡି ରହିବା ପରେ ଏଥିରୁ ମୁକ୍ତି ପାଇବାକୁ ଚିନ୍ତା କରିଥିଲେ। ଏହାପରେ ସେ ଜିମ୍‌ ଯିବା ଆରମ୍ଭ କରିଥିଲେ। ଏହାପରେ ନିୟମିତ ଏକ୍ସରସାଇଜ୍‌ କରି ଏବେ ନିଜକୁ ଫିଟ୍‌ ରଖିବା ସହ ଜଣେ ମଡେଲ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

Share