୬୨ତମ ସାର୍ବଜନୀନ ଦୁର୍ଗାପୂଜା: କେସିଙ୍ଗାରେ ରାବଣ ପୋଡ଼ି ଉତ୍ସବ

କେସିଙ୍ଗା, ୮।୧୦(ଡି.ଏନ୍‌.ଏ.): କେସିଙ୍ଗା ସହରସ୍ଥିତ ଦୁର୍ଗାପୂଜା ମଣ୍ଡପରେ ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ୬୨ତମ ସାର୍ବଜନୀନ ଦୁର୍ଗାପୂଜା ମଙ୍ଗଳବାର ସମ୍ପୂର୍ଣ୍ଣ ହୋଇଛି। ଏହି ଉପଲକ୍ଷେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାବ୍ୟତିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ପ୍ରତିବର୍ଷ କେସିଙ୍ଗା ସହରରେ ୧୧ ଦିନ ଧରି ଦୁର୍ଗାପୂଜା ପାଳିତ ହୋଇଥାଏ। ଚଳିତବର୍ଷ ପୂଜା ଅବସରରେ ସହର ମଧ୍ୟରେ ଥିବା ଜାତୀୟ ରାଜପଥ ୨୬ରୁ ଦୁର୍ଗା ମଣ୍ଡପ ଯାଏ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା। ପୂଜା କମିଟିର ସଭାପତି ରାମ କୁମାର ଜୈନ, ଉପସଭାପତି ରମେଶ ପଟ୍ଟନାୟକ ପ୍ରମୁଖ କର୍ମକର୍ତ୍ତାଙ୍କ ସହଯୋଗରେ ଏହି ପୂଜା ସୂଚାରୁରୂପେ ସମ୍ପର୍ଣ୍ଣ ହୋଇଛି।

Share