୬୨୩୮ ଡ୍ରାଇଭିଂ ଲାଇସେନ୍ସ ବାତିଲ, ୧୨୪୪ ଇ-ଚାଲାଣ

ଛତ୍ରପୁର,୧୮ା୧(ଡି.ଏନ.ଏ.)-ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ଗଞ୍ଜାମ ଜିଲାରେ ଗତ ୨ ବର୍ଷ ମଧ୍ୟରେ ୬୨୩୮ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ଆରଟିଓଙ୍କ ପକ୍ଷରୁ ରଦ୍ଦ କରାଗଲାଣି ା ୨୦୧୮ ରେ ୨୮୬୩ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି ା ୨୦୧୯ ରେ ୩୩୭୫ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ଏଥିମଧ୍ୟରୁ ୨୧୩୧ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ଆରଟିଓଙ୍କୁ ପ୍ରସ୍ତାବ ଦିଆଯାଇଥିଲା ା ଏହା ଉପରେ ଆରଟିଓଙ୍କ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ଦିଆଯାଇଛି ା ସେହିପରି ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ଆରଟିଓଙ୍କ ପକ୍ଷରୁ ୧୨୪୪ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି ା ଆହୁରି ଜଣାଯାଇଛି, ଗଞ୍ଜାମ ଓ ଭଞ୍ଜନଗର ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନେଇ ୧୨୪୪ ଇ-ଚାଲାଣ ଉଲ୍ଲଂଘନକାରୀଙ୍କୁ ପଠାଯାଇଛି। ସେଥିମଧ୍ୟରେ ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ୧୧୪୦ ଓ ଭଞ୍ଜନଗର ଆରଟିଓଙ୍କ ପକ୍ଷରୁ ୧୦୪ ଇ-ଚାଲାଣ ଇସ୍ୟୁ କରାଯାଇଛି। ହେଲମେଟ୍‌ ନ ପିନ୍ଧି ଗାଡି ଚଳାଇବା ନେଇ ବର୍ଷକ ମଧ୍ୟରେ ଜିଲାର ୮୫,୯୪୩ ଜଣଙ୍କଠାରୁ ଜରିମାନା ଆଦାୟ ହୋଇଛି। ସେଥିମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ୭୫,୫୯୯ ଜଣଙ୍କଠାରୁ ୧ କୋଟି ୨୨ ଲକ୍ଷ ୧୧ ହଜାର ୩୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆରଟିଓଙ୍କ ପକ୍ଷରୁ ୧୦,୩୪୪ ଜଣଙ୍କଠାରୁ ୫ ଲକ୍ଷ ୧୩ ହଜାର ୪୦୦ ଟଙ୍କା ଜରିମାନା ଆଦାୟ ରହିଛି ା ଆହୁରି ଜଣାଯାଇଛି, ଯାଞ୍ଚ ବେଳେ ଗାଡି ବୀମା ପ୍ରମାଣପତ୍ର ନ ଥିତ୍ବା ନେଇ ୧,୬୬୦ ଜଣଙ୍କଠାରୁ ୩ ଲକ୍ଷ ୭୧ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ା

Share