୬୨୫ ଶଯ୍ୟା ସହ ଦୁଇ କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର,୨।୪(ବ୍ୟୁରୋ): ଭୁବନେଶ୍ୱର ଓ କଟକରେ ଦୁଇଟି କୋଭିଡ-୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଛି। ଭୁବନେଶ୍ୱରରେ କିମ୍‌ସ ଏବଂ କଟକରେ ଅଶ୍ୱିନୀ ହସ୍ପିଟାଲ ପ୍ରସ୍ତୁତ ହୋଇଛି। କିମ୍‌ସରେ ୫୦୦ ଓ ଅଶ୍ୱିନୀରେ ୧୨୫ ଶଯ୍ୟା ପ୍ରସ୍ତୁତ ହୋଇଛି। ଆଗାମୀ ୩ ଦିନରେ ୫ ଶହ ଶଯ୍ୟା ସହ ସମ୍‌ ହସ୍ପିଟାଲ ପ୍ରସ୍ତୁତ ହୋଇଯିବ। ଏସବୁ ହସ୍ପିଟାଲରେ ସରକାରଙ୍କ ପକ୍ଷରୁ ମାଗଣା ଚିକିତ୍ସା ସହ ଖାଇବା ଏବଂ ରହିବାର ସୁବିଧା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

Share