୬୨ ଜୁଆଡ଼ି ଗିରଫ

ବାରିପଦା ଅଫିସ,୧୪।୧୦: ମୟୂରଭଞ୍ଜ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୨ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୪୩ ହଜାର ୯୬୦ ଟଙ୍କା ଜବତ କରିବା ସହ ୨୯ଟି ମୋବାଇଲ ଏବଂ ଜୁଆ ଖେଳରେ ବ୍ୟବହାର ସାମଗ୍ରୀ ଜବତ କରିଛି। ଜିଲାର ବିଭିନ୍ନ ସ୍ଥାନରେ ଏନେଇ ୧୬ଟି ମାମଲା ରୁଜୁ ହୋଇଛି।