୬୨ ବର୍ଷରେ ପାଦ ଦେଲେ ଶୋମା ଆନନ୍ଦ: ଗୋଟିଏ ଭୁଲ ପାଇଁ ଅଭିନୟ ଜୀବନରେ ଆସିଥିଲା ଭଟ୍ଟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶୋମା ଆନନ୍ଦ ରବିବାର ୬୨ ବର୍ଷରେ ପାଦ ଦେଇଛନ୍ତି। ୧୯୫୮ ଫେବୃୟାରୀ ୧୬ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୬ରେ ବାରୁଦ ଫିଲ୍ମରେ ସେ ଋଷି କପୁରଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ। ଋଷିଙ୍କ ଭଳି ବଡ଼ ଷ୍ଟାରଙ୍କ ସହିତ ଫିଲ୍ମ କରି ମଧ୍ୟ ଶୋମାଙ୍କ କ୍ୟାରିଅର ଆଗକୁ ଆଗେଇ ନ ଥିଲା। ସେ କୁଲି, ଜାଗିର୍‌, ଜୈସୀ କରନି ୟୈସୀ ଭରନି ଆଦି ଫିଲ୍ମରେ ସହ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଜୀବନରେ ଗୋଟିଏ ଭୁଲ୍‌ ପାଇଁ ତାଙ୍କର ଅଭିନୟ ଜୀବନରେ ଭଟ୍ଟା ଆସିଥିଲା ବୋଲି ସେ କୁହନ୍ତି। ଶୋମା ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ତାରିକ ଶାହାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପରିବାର ସୁଖ ମିଳି ନ ଥିଲା କି ଫିଲ୍ମ ବି ମିଳି ନ ଥିଲା। ତେବେ ଅଭିନୟ କରିବା ଜିଦ୍‌ ଯୋଗୁ ସେ ହାର୍‌ ମାନି ନ ଥିଲେ। ବଡ଼ ପରଦାରୁ ଦୂରେଇ ଯିବା ପରେ ଶୋମା ଛୋଟ ପରଦାରେ ଅଭିନୟ ଆରମ୍ଭ କରିଥିଲେ।

Share