Advertisement

୬୩୦ ଲିଟର ଦେଶୀ ମଦ, ୯୭୦ ଲିଟର ମହୁଲ ପୋଚ ଜବତ : ୫ ଗିରଫ

ପାଟଣାଗଡ଼,୨୨।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ମଦ ଜବତ ସହ ୫ ଜଣଙ୍କୁ ଗିରଫ କରାଯାଇଛି। ଗୁରୁବାର ସକାଳେ ମାଜିଷ୍ଟ୍ରେଟ ଭାବେ ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧୀରଜ କୁମାର ପାତ୍ରଙ୍କ ଉପସ୍ଥିତିରେ ପାଟଣାଗଡ଼ ଅବକାରୀ ବିଭାଗ, ମୋବାଇଲ ୟୁନିଟ୍‌, ସଦର ଥାନା ଏବଂ ତୁଷୁରା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬୩୦ ଲିଟର ଦେଶୀ ରନ୍ଧା ମଦ ଏବଂ ୯୭୦ ଲିଟର ମହୁଲ ପୋଚ ଜବତ କରାଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share