ଦିଗପହଣ୍ଡି,୧୭ା୪(ଡି.ଏନ୍.ଏ.): କରୋନା ଲକ୍ଡାଉନ୍ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ୬୩ କଳାକାରଙ୍କୁ ୪ ମାସର ଅଗ୍ରୀମ କଳାକାର ଭତ୍ତା ପ୍ରଦାନ କରାଯାଇଛି ବୋଲି ବିଡିଓ ହଳଧର ଶବର ଜଣାଇଛନ୍ତି। କଳାକାରଙ୍କୁ ଭତ୍ତା ପ୍ରଦାନ ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦତ୍ତ ଅନୁଦାନ ଅର୍ଥରାଶି ମଞ୍ଜୁର ହୋଇଛି। ଏହା ପରେ ଦାୟିତ୍ୱରେ ଥିବା ବ୍ଲକ ପ୍ରଗତି ସହାୟକ ତଥା ଭାରପ୍ରାପ୍ତ ଜିପିଓ ଉମେଶ ସେଠୀ ତାଲିକାଭୁକ୍ତ କଳାକାରମାନଙ୍କ ଘରକୁ ଯାଇ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ୧୨୦୦ ଟଙ୍କା ହିସାବରେ ପ୍ରତ୍ୟେକ କଳାକାରଙ୍କୁ ୪୮୦୦ ଟଙ୍କା ଲେଖାଏ ପ୍ରଦାନ କରିଥିବା ଜଣାପଡ଼ିଛି।