୬୩ ବର୍ଷରେ ଜ୍ୟାକି ଶ୍ରଫ୍‌: ଜଗୁ ଦାଦାରୁ ପାଲଟିଥିଲେ ବଲିଉଡ୍‌ ଷ୍ଟାର

ମୁମ୍ବାଇ: ଜଗୁ ଦାଦାରୁ ବଲିଉଡ୍‌ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫ୍‌ ଶନିବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧ରେ ବମ୍ବେର ଉଦ୍‌ଗିର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ କିଶନ କାକୁଭାଇ ଶ୍ରଫ୍‌ ଥିଲା। ପ୍ରାରମ୍ଭିକ ଜୀବନରେ ଅନେକ ସଂଘର୍ଷ ପରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ହିନ୍ଦୀ ଫିଲ୍ମ ହିରୋରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ବେଶ୍‌ ସଫଳ ରହିଥିଲା। ତାଙ୍କ ପିତା କାକୁଭାଇ ହରିଭାଇ ଶ୍ରଫ୍‌ ଗୁଜରାଟି ଥିବାବେଳେ ମା’ ହୁର୍‌ନିସା ଜଣେ ତୁର୍କୀ ମୁସଲମାନ ଥିଲେ। ଜ୍ୟାକି ଆୟେଶା ଶ୍ରଫ୍‌ଙ୍କୁ ବିବାହ କରିଥିଲେ। ବଲିଉଡ୍‌ରେ ସେ ଭିଡୁ ଭାବେ ବେଶ୍‌ ପରିଚିତ।

Share