୬୩ ବର୍ଷରେ ପାଦଦେଲେ ଟିନା ଅମ୍ବାନୀ: କର୍ଜ ଫିଲ୍ମ ଆଣିଥିଲା ପରିଚିତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟିନା ଅମ୍ବାନୀ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୮ରେ ଦେବ ଆନନ୍ଦଙ୍କ ଫିଲ୍ମ ଦେଶ୍‌ ପରଦେଶ୍‌ରେ ଟିନା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତେବେ ଋଷି କପୁରଙ୍କ ସହିତ ତାଙ୍କ ଅଭିନୀତ ଫିଲ୍ମ କର୍ଜ ଏବଂ ସଞ୍ଜୟ ଦତ୍ତଙ୍କ ସହିତ ରକି ଫିଲ୍ମ ଟିନାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚିତି। ୧୯୮୧ରେ ଫିଲ୍ମ ରକି ଶୁଟିଂ ସେଟ୍‌ରୁ ସଞ୍ଜୟଙ୍କ ସହିତ ତାଙ୍କର ରୋମାନ୍ସ ଆରମ୍ଭ ହୋଇଥିବା ନେଇ  ଚର୍ଚ୍ଚା ହୋଇଥିଲା। ଦୁହେଁ ଡେଟିଂରେ ଯାଉଥିବା ଶୁଣିବାକୁ ମିଳିଥିଲା। ସଞ୍ଜୟଙ୍କ ଡ୍ରଗ୍ସ୍‌ ଅଭ୍ୟାସ ଯୋଗୁ ଟିନା ତାଙ୍କଠାରୁ ଦୂରେଇ ଯାଇଥିବା ଚର୍ଚ୍ଚା ହୋଇଥିଲା। ଟିନାଙ୍କ ସହିତ ବ୍ରେକ୍‌ ଅପ୍‌ ଯୋଗୁ ସଞ୍ଜୟଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା। ୧୯୮୨ରେ ସେ ନିଜକୁ ଗୁଳି କରିଥିବା ଖବର ମିଳିଥିଲା। ତେବେ ଏହାକୁ ସଞ୍ଜୟ ଖଣ୍ଡନ କରିଥିଲେ। ୧୯୯୧ ଫେବୃୟାରୀରେ ଟିନା ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ବିବାହ କରିବା ପରେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ।

Share