୬୩ ବର୍ଷରେ ରୀନା ରାୟ: ଶତ୍ରୁଘ୍ନଙ୍କୁ ନିଜର କରି ନ ପାରି ଶେଷରେ ମୋହସୀନ୍‌ ଖାଁଙ୍କୁ କରିଥିଲେ ବିବାହ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟ ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରୁପା ରାୟ। ବଲିଉଡ୍‌ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି। ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ତେବେ ଶତ୍ରୁଘ୍ନ ରୀନାଙ୍କଠାରୁ ଦୂରେଇ ଯାଇଥିଲେ। ପ୍ରେମରେ ଅସଫଳ ହେବା ପରେ ରୀନା ରାୟ ପାକିସ୍ତାନ କ୍ରିକେଟର ମୋହସୀନ୍‌ ଖାଁଙ୍କୁ ୧୯୮୩ରେ ବିବାହ କରି ସବୁଦିନ ପାଇଁ ଫିଲ୍ମ ଦୁନିଆକୁ ଛାଡିଥିଲେ। ତେବେ ମୋହସୀନ୍‌ଙ୍କ ସହିତ ତାଙ୍କର ବୈବାହିକ ଜୀବନ ସଫଳ ରହି ନ ଥିଲା। ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ରୀନାଙ୍କ ପିତା ଜଣେ ମୁସଲମାନ୍‌ ଥିବାବେଳେ ମା’ ହିନ୍ଦୁ ଥିଲେ। ପାରିବାରିକ ଅଶାନ୍ତି ଯୋଗୁ ସେମାନଙ୍କର ବିବାହ ବିଛେଦ ହୋଇଥିଲା। ରୀନାଙ୍କର ଦୁଇ ଭଉଣୀ ଏବଂ ଜଣେ ଭାଇ ଅଛନ୍ତି। ଜୀବନ ବ୍ୟାପି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ୧୯୯୮ରେ ଲାଇଫ୍‌ ଟାଇମ୍‌ ଫିଲ୍ମଫେୟାର ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ଜଣେ ଝିଅ ମଧ୍ୟ ଅଛନ୍ତି। ତାଙ୍କ ନାମ ହେଉଛି ସନମ୍‌ ଖାଁ।

Share