୬୪୫ ସ୍କୁଲରେ ହେବ ଅସ୍ଥାୟୀ ହସ୍ପିଟାଲ

ନୂଆଦିଲ୍ଲୀ,୨୪।୩: କେନ୍ଦ୍ର ସରକାର କରୋନା ଭାଇରସର ସଂକ୍ରମଣକୁ ଦେଖି ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି। ଏବେ ପ୍ରାୟ ୬୪୫ ନବୋଦୟ ବିଦ୍ୟାଳୟ ହଷ୍ଟେଲକୁ ସରକାର ଅସ୍ଥାୟୀ ହସ୍ପିଟାଲରେ ପରିଣତ କରିବେ ବୋଲି କହିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଓ୍ବାଲ ନିଶଙ୍କ ୬୪୫ ନବୋଦୟ ବିଦ୍ୟାଳୟ ହଷ୍ଟେଲକୁ ଅସ୍ଥାୟୀ ହସ୍ପିଟାଲ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୋମବାର ସନ୍ଧ୍ୟାରେ ୧୮ ଜିଲାର ଜିଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ଟିମ୍‌ର କେତେଜଣ ଡାକ୍ତର ଉକ୍ତ ହଷ୍ଟେଲକୁ ଯାଇ ସ୍ଥିତି ପରଖିଛନ୍ତି। ସୂଚନାଯୋଗ, ୬୪୫ ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୨.୭ ଲକ୍ଷ ସିଟ୍‌ ଥିବା ବେଳେ ଏଠାରେ ସମସ୍ତ ସୁବିଧା ଉବଲବ୍ଧ ହେଉଥିବାରୁ ସରକାର ଏହାକୁ ଅସ୍ଥାୟୀ ହସ୍ପିଟାଲ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

Share