୬୪ ବିମାନରେ ଏୟାରଲିଫ୍ଟ୍‌ ହେବେ ୧୪ ହଜାରରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣକୁ ରୋକିବା ପାଇଁ ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ଦେଶ ଦେଶ ମଧ୍ୟରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିଛି। ଏପରିସ୍ଥଳେ ବିଦେଶରେ ରହିଥିବା ଭାରତୀୟଙ୍କୁ ସ୍ବଦେଶକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ୬୪ ବିମାନରେ ୧୪ ହଜାର ୮୦୦ ଭାରତୀୟଙ୍କୁ ଏୟାର ଲିଫ୍ଟ୍‌ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ଭାରତୀୟମାନେ ଆମେରିକା, ଫିଲିପାଇନ୍ସ, ୟୁଏଇ, ବ୍ରିଟେନ୍‌, ସିଙ୍ଗାପୁର, ବାଂଲାଦେଶ, ସୌଦି, କତାର, ଓମାନ୍‌, ବାହାରିନ୍‌, କୁଏତ୍‌ ଆଦି ଦେଶରେ ଅଟକି ରହିଛନ୍ତି। ସ୍ବଦେଶ ଫେରିବାକୁ ଚାହୁଁଥିବା ଛାତ୍ରୀଛାତ୍ର ଅବା ବ୍ୟକ୍ତି ବିଶେଷଙ୍କୁ ପଞ୍ଜିକରଣ ପାଇଁ କୁହାଯାଇଛି। ଭାରତକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖାଯିବ।

Share