୬୫ତମ ଫିଲ୍ମ ଫେୟାର ଆଓ୍ବାର୍ଡ: ଓ୍ବାର, ଉରି ସମେତ ଏହି ଫିଲ୍ମ ମାରିଲେ ବାଜି

ମୁମ୍ବାଇ: ୬୫ତମ ଆମାଜନ ଫିଲ୍ମଫେୟାର ଆଓ୍ବାର୍ଡ ୨୦୨୦ ଚଳିତ ଥର ଆସାମରେ ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। ତେବେ ଏହି ଆଓ୍ବାର୍ଡ ସେରିମନି ପୂର୍ବରୁ ନୋମିନେଶନ୍‌ ଲିଷ୍ଟ ଜାରି କରାଯାଇଛି। ଚଳିତ ଥର ମୁଖ୍ୟ ଆଓ୍ବାର୍ଡ ନୋମିନେଶନରେ ୧୯ କାଟାଗୋରିକୁ ସାମିଲ କରାଯାଇଛି। ମନୋନୀତ ହୋଇଥିବା ଏହି ଫିଲ୍ମଗୁଡ଼ିକ କେବଳ କ୍ୱାଲିଟି ନୁହେଁ ବରଂ ଭଲ କାହାଣୀ ଓ କନ୍‌ସେପ୍ଟକୁ ନେଇ ହୋଇଛି। ଚଳିତ ଥର ଛିଛୋରେ, ଗଲି ବୟ, ମିଶନ ମଙ୍ଗଲ, ଉରି-ଦ ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଓ୍ବାର ବାଜି ମାରିନେଇଛନ୍ତି। ଏହି ଫିଲ୍ମଗୁଡ଼ିକୁ ବେଷ୍ଟ ଫିଲ୍ମରେ ସାମିଲ କରାଯାଇଛି। ବେଷ୍ଟ ଅରିଜିନାଲ ଷ୍ଟୋରି ଓ ବେଷ୍ଟ ସ୍କ୍ରିନ୍‌ପ୍ଲେ ପାଇଁ ଫିଲ୍ମ ‘ଆର୍ଟିକଲ୍‌-୧୫, ଗଲି ବୟ, ମିଶନ ମଙ୍ଗଲ, ସୋନ୍‌ ଚିଡିଆ’କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି।

Share