Advertisement

୬୫ବର୍ଷୀୟ ହାତୀକୁ ଭିଭିଆଇପି ସୁରକ୍ଷା: ଜଗିବେ ଯବାନ

କଲମ୍ବୋ,୨୭।୯:ସାଧାରଣତଃ ନେତା କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ପାହ୍ୟାରେ ଥିବା ଲୋକଙ୍କ ସୁରକ୍ଷା ପାଇଁ ଯବାନଙ୍କୁ ନିୟୋଜିତ କରାଯାଇଥାଏ। କିନ୍ତୁ କୌଣସି ପଶୁର ସୁରକ୍ଷା ପାଇଁ ଯବାନ ନିୟୋଜିତ ହେବା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟକର ଘଟଣା। ଶ୍ରୀଲଙ୍କା ସରକାର ଏକ ୬୫ବର୍ଷୀୟ ହାତୀକୁ ଭିଭିଆଇପି ସୁରକ୍ଷା ଦିଆଯିବ ବୋଲି ଘୋଷଣା କରିଛନ୍ତି। ନଣ୍ଡୁନଗମୁବା ନାମକ ଏହି ହାତୀଟି ଶ୍ରୀଲଙ୍କାର ସବୁଠୁ ବଡ ହାତୀ। ଯାହାର ଲମ୍ବ ୧୦.୫ ଫୁଟ ବୋଲି ଜଣାପଡିଛି। ଶ୍ରୀଲଙ୍କାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଉତ୍ସବ ଗୁଡିକରେ ହାତୀଟି ମୁଖ୍ୟ ରସ୍ତାରେ ଯିବାଆସିବା କରିଥାଏ। ତାର ଯେମିତି କିଛି କ୍ଷତି ନ ହେବ ଏହାକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share