୬୫,୨୧୦ଟଙ୍କା ଆଦାୟ କରି ରେକର୍ଡ କଲା ପ୍ଲାନେଟାରିୟମ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ପଠାଣି ସାମନ୍ତ ପ୍ଲାନେଟାରିୟମ ପୁଣି ଏକ ରେକର୍ଡ ସୃଷ୍ଟି କରିଛି। ଗତ ୨୨ ତାରିଖରେ ପ୍ଲାନେଟାରିୟମ ଗୋଟିଏ ଦିନରେ ସର୍ବାଧିକ ୫୫ହଜାର ୩୩୦ ଟଙ୍କା ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ରବିବାର ପ୍ଲାନେଟାରିୟମ ପୁଣି ସେହି ରେକର୍ଡକୁ ଭାଙ୍ଗିଛି। ରବିବାର ଦର୍ଶକଙ୍କଠାରୁ ୬୫,୨୧୦ଟଙ୍କା ଆଦାୟ କରାଯାଇଥିଲା, ଯାହା ପଠାଣି ସାମନ୍ତ ପ୍ଲାନେଟାରିୟମର ୩୦ବର୍ଷର ଇତିହାସରେ ସର୍ବାଧିକ ବୋଲି ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସକାଳ ୧୦ଟାରୁ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପୂର୍ବ ପ୍ରସ୍ତୁତି ଅନୁସାରେ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟା ବ୍ୟବଧାନରେ ଗୋଟିଏ ଲେଖାଏଁ ଶୋ ପରିବେଷଣ ହୋଇଥିଲା। ଶୋ ଗୁଡ଼ିକୁ କ୍ରମନ୍ବୟରେ ଓଡ଼ିଆ ଓ ହିନ୍ଦୀ ଭାଷାରେ ପରିବେଷଣ କରାଯାଇଥିଲା। ମୋଟ ୧୮ ଶୋ’କୁ ୨୫୭୯ ଦର୍ଶକ ଦେଖିଥିଲେ। ପ୍ଲାନେଟାରିୟମ ଅପରେଟର ସୁରେଶ ଚନ୍ଦ୍ର ପରିଚ୍ଛା, ସୁଶାନ୍ତ କୁମାର ବାନରା, ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ପରମାନନ୍ଦ ସୋରେନ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହାକୁ ପରିଚାଳନା କରାଯାଇଥିଲା।

Share