୬୫ ହଜାର ପ୍ରବାସୀ ଶ୍ରମିକ ଦିଲ୍ଲୀରୁ ଟ୍ରେନ୍‌ରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି: ମନୀଶ ସିସୋଡିଆ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ଜାରି ରହିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରେ ଥିବା ୬୫ ହଜାର ପ୍ରବାସୀ ଶ୍ରମିକ ଟ୍ରେନ୍‌ରେ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଏସମ୍ପର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡିଆ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରବାସୀଙ୍କ ଗୃହ ରାଜ୍ୟରେ ଏଥିଲାଗି ଅନୁମତି ମଧ୍ୟ ଲୋଡ଼ାଯାଇଥିଲା। ପ୍ରବାସୀମାନେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ନିଜ ନିଜ ରାଜ୍ୟକୁ ବାହୁଡ଼ିଥିବା ସେ କହିଛନ୍ତି।

Share