Categories: ଖେଳ

୬୭ ବର୍ଷ ଭିତରେ କେବଳ ଏହି ୨ ଜଣ ହିନ୍ଦୁ ଖେଳାଳି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି

କରାଚି,୨୭।୧୨: ପୂର୍ବତନ ପାକିସ୍ତାନ ସ୍ପିନର ଡାନିସ କନେରିଆ ଜଣେ ହିନ୍ଦୁ ହୋଇଥିବାରୁ ସାଥୀ ପାକିସ୍ତାନ ଖେଳାଳିମାନେ ମଧ୍ୟ ତାଙ୍କୁ ଅବହେଳା କରୁଥିଲେ। ଏପରିକି କେତେକ ଖେଳାଳି କନେରିଆଙ୍କ ସହ ଏକାଠି ଖାଇବା ପାଇଁ ମଧ୍ୟ କୁଣ୍ଠିତ ହେଉଥିଲେ ବୋଲି ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର। ଏହାକୁ ନେଇ ଭାରତରେ ଆଲୋଚନା ଜୋର ଧରିଛି। ତେବେ ପାକିସ୍ତାନର ୬୭ ବର୍ଷ କ୍ରିକେଟ ଇତିହାସରେ ମାତ୍ର ୨ ଜଣ ହିନ୍ଦୁ ଖେଳାଳି ଦେଶ ପାଇଁ ଖେଳିଛନ୍ତି। ସେମାନେ ହେଲେ ଅନିଲ ଦଲପତ ଏବଂ ଡାନିଶ କନେରିଆ। ଅନିଲଙ୍କ ପିତା ଦଲପତ ସୋନାଓ୍ବାରିୟା କ୍ରିକେଟରେ ରୁଚି ରଖୁଥିଲେ। ସେ କରାଚିରେ ଏକ କ୍ରିକେଟ କ୍ଲବ୍‌ ଚଲାଉଥିଲେ। ଏହି କାରଣରୁ ପୁଅ ମଧ୍ୟ କ୍ରିକେଟ ଖେଳିବାକୁ ଆରମ୍ଭ କରିଥିଲେ। ୧୯୮୪ରେ ଅନିଲ ପାକିସ୍ତାନ ପାଇଁ ଡେବ୍‌ୟୁ ମ୍ୟାଚ୍‌ ଖେଳିଥିଲେ। ସେ ଉଇକେଟକିପର, ବ୍ୟାଟ୍ସମ୍ୟାନ୍‌ ଥିଲେ। ତାଙ୍କ ସମ୍ପର୍କୀୟ ଭଣଜା କନେରିଆ ମଧ୍ୟ ପାକିସ୍ତାନ ପାଇଁ ଖେଳିଥିଲେ। କନେରିଆ ପାକିସ୍ତାନ ପାଇଁ ୬୧ଟି ଟେଷ୍ଟ ଖେଳି ୩୪.୭୯ ରନ ହାରରେ ୨୬୧ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୮ଟି ଦିନିକିଆ ମ୍ୟାଚ ଖେଳିଥିଲେ। ଏହି ଦୁଇ ଜଣ ହିନ୍ଦୁ କ୍ରିକେଟରଙ୍କ ବ୍ୟତୀତ ୟୁସୁଫ ୟୁହାନା, ଏଣ୍ଟାଓ ଡିସୁଜା, ଡଙ୍କନ ଶର୍ପ, ଓ୍ବାଲିସ୍‌ ମ୍ୟାଥିଏଜ୍‌ ଏବଂ ସୋହେଲ ଫଜଲ ପ୍ରମୁଖ ଖ୍ରୀଷ୍ଟିଆନ୍‌ କ୍ରିକେଟର୍‌ ପାକିସ୍ତାନ ପାଇଁ ଖେଳିଥିଲେ।

Share