୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ

ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣା ବନ କର୍ମଚାରୀ ପହଞ୍ଚି କାଠ ଓ ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ଜବତ କରିଛନ୍ତି। ଜବତ ଶାଳ ଚୌକାଠଗୁଡ଼ିକର ମୂଲ୍ୟ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ରେଞ୍ଜର ପବିତ୍ରମୋହନ ନାଏକ କହିଛନ୍ତି।