୬୯ ବର୍ଷରେ ଥାଲାଇବା

ବେଙ୍ଗାଲୁରୁ: ଫିଲ୍ମଷ୍ଟାର ରଜନୀକାନ୍ତ ଗୁରୁବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁରୁଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍‌। ତାଙ୍କୁ ଲୋକେ ସ୍ନେହରେ ଥାଲାଇବା ବୋଲି ଡାକିଥାନ୍ତି। ଫ୍ୟାମିିଲିକୁ ଅଧିକ ଗୁରୁତ୍ୱ ଦେଉଥିବା ରଜନୀକାନ୍ତଙ୍କର ପୋର୍ନ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ସହିତ ଆଫେୟାର୍ସ ନେଇ ୮୦ ଦଶକରେ ବେଶ୍‌ ଚର୍ଚ୍ଚା ହୋଇଥିଲା। ଉଭୟ ବହୁ ଫିଲ୍ମରେ ଏକାଠି କାମ କରିଛନ୍ତି। ଏହି ଆଫେୟାର୍ସ ଅନେକ ଦିନ ଧରି ଚାଲିଥିଲା ବୋଲି କେତେକ କୁହନ୍ତି। ରଜନୀକାନ୍ତ ସିଲ୍କ ସ୍ମିତାଙ୍କ ଶରୀରରେ ସିଗାରେଟ ଚେଙ୍କ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ୧୯୯୬ରେ ସିଲ୍କ ସ୍ମିତା ମାନସିକ ସ୍ଥିତି ହରାଇ ବସି ଆତ୍ମହତ୍ୟା କରିଥିଲେ। ପରେ ୨୦୧୧ରେ ତାଙ୍କ ଜୀବନୀ ଉପରେ ଡାର୍ଟି ପିକଚର ନିର୍ମିତ ହୋଇଥିଲା।

Share