Categories: ଫୁରସତ

୬ ଅଙ୍ଗୁଳି ଥିବା ବ୍ୟକ୍ତି ଭାଗ୍ୟଶାଳୀ

ଅଧିକାଂଶ ଲୋକଙ୍କ ମନରେ ଧାରଣା ଥାଏ ଯେଉଁମାନଙ୍କର ୬ଟି ଅଙ୍ଗୁଳି ସେମାନଙ୍କୁ କାମ କରିବାରେ ଅସୁବିଧା ହେଉଥିବ। କିନ୍ତୁ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯାହାର ୬ଟି ଅଙ୍ଗୁଳି ସେମାନେ ପାଞ୍ଚ ଅଙ୍ଗୁଳି ଥିବା ବ୍ୟକ୍ତିଙ୍କଠାରୁ ଶୀଘ୍ର ଆଉ ସହଜରେ କାମ କରିପାରନ୍ତି। ଗବେଷଣାକାରୀଙ୍କ ମତରେ ହାତ ଏବଂ ପାଦରେ ଥିବା ୬ଟି ଅଙ୍ଗୁଳି କୌଣସି ରୋଗ ନୁହେଁ। ବିଜ୍ଞାନ ଭାଷାରେ ଏହାକୁ ପଲିଡେକ୍ଟିଲି କୁହାଯାଏ। ପଲିଡେକ୍ଟିଲି ତିନି ପ୍ରକାରର। ୬ଟି ଅଙ୍ଗୁଳିରେ ମାଂସ କିମ୍ବା ହାଡ଼ ଥାଏ। ୮୦୦ ଲୋକରେ ଜଣଙ୍କର ଏମିତି ହୋଇଥାଏ, ସେଥିରୁ ପ୍ରାୟ ୫୦୦ ଲୋକ ସର୍ଜରୀ କରି ବାହାର କରି ଦେଇଥାନ୍ତି। ଗବେଷଣାକାରୀ କୁହନ୍ତି, ଭବିଷ୍ୟତରେ ୬ ଅଙ୍ଗୁଳି ଥିବା ରୋବଟ ପ୍ରସ୍ତୁତ କରାଯିବ। ଯିଏକି, ଆହୁରି କ୍ଷୀପ୍ର ଗତିରେ କାମ କରିପାରିବ।ଏକ ରିପୋର୍ଟ ଅନୁଯାୟୀ, ଏହି ୬ ଅଙ୍ଗୁଳି ପରି ଏବଂ ତର୍ଜନୀ ଅଙ୍ଗୁଳି ମଝିରେ ହୋଇଥାଏ। ଏଥିରେ ବ୍ୟକ୍ତି ନିଜ କାମ ସହଜରେ କରିପାରନ୍ତି। ଏପରିକି ଜୋତାରେ ଫିତା ବାନ୍ଧିବା ଠାରୁ ଟାଇପିଂ କରିବା, ବହି ଲେଉଟାଇବା, ମୋବାଇଲରେ ଭିଡିଓ ଗେମ୍‌ ଖେଳିବା ଆଦି ଖୁବ୍‌ ଶୀଘ୍ର କରିପାରିଥାନ୍ତି। ୬ ଅଙ୍ଗୁଳି ଥିବା ବ୍ୟକ୍ତିଙ୍କୁ ଭାଗ୍ୟଶାଳୀ କୁହାଯାଏ। ଫିଲ୍ମ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଠାରୁ ଆରମ୍ଭ କରି ଆଥଲେଟିକ୍‌ ସ୍ବପ୍ନା ବର୍ମନ ଏହାର ଜ୍ୱଳନ୍ତ ଉଦାହରଣ। ସ୍ବପ୍ନା ବର୍ମନଙ୍କ ପାଦରେ ୬ଟି ଅଙ୍ଗୁଳି ଥିଲେ ମଧ୍ୟ ସେ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ପ୍ରଥମଥର ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଥିଲେ।

Share